ପୋଲ ଉପରୁ କେନାଲକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭଞ୍ଜନଗର(କେନ୍ଯୁଜ୍): ପୋଲ ଉପରୁ କେନାଲକୁ ଡେଇଁ ଯୁବକର ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା ସହର ନିକଟ , କଇଁଫୁଲିଆ ପୋଲ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ଜଣଙ୍କ ଆସିକା ଚିନିଶିଳ୍ପ ନୂଆଗାଁ ର ନିହାର ରଞ୍ଜନ ନାୟକ । ଗତକାଲି ଏନେଇ ଖବର ପାଇବା ପରେ ଆସିକା ଥାନା ପୋଲିସ , ଘଟଣା ସ୍ଥଳରେ ପହଞ୍ଚି କେନାଲ୍‌ ରୁ ନିହାରଙ୍କୁ ଉଦ୍ଧାର କରି ଆସିକା ମେଡିକାଲକୁ ନେଇଥିବା ବେଳେ , ସେଠାରେ ତାଙ୍କୁ , ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରିବାସହ , ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଆତ୍ମହତ୍ୟାର ଏଯାଏ କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଥାଉକି, ଗତ ନୁଇ ଦିନ ତଳେ ପୁଣି ମୁଣ୍ଡଳୀ ବ୍ରିଜ୍ ନିକଟରେ ଏକ ଅଘଟଣ ଗଟିଥିଲା।  ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡିଥିଲେ ଜଣେ ଯୁବକ।  ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଥିବା ସୂଚନା ମିଳିଛି। ୨୮ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଥିଲା। ଏହି ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲା। ଯୁବକ ଜଣକ ଭୁବନେଶ୍ବର ସିଆରପି ଅଞ୍ଚଳର ଓ  ସେ ଏକ ଘରୋଇ ସଂସ୍ଥାରେ ଏଚଆର୍ ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଭୁବନେଶ୍ବର ପଟୁ ସେହିଦିନ ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକ ସ୍କୁଟି (ଓଡି ୦୭ ପି-୧୨୮୬)ରେ କଟକ ଅଭିମୁଖେ ଆସୁଥିଲେ।  ଯୁବକ ଜଣକ  ମୁଣ୍ଡଳୀ ବ୍ରିଜ୍‌ ଉପରେ ଗାଡ଼ି ରଖିଥିଲେ ଓ ସ୍କୁଟି ଉପରେ ମୋବାଇଲ ରଖିଥିଲେ। ଏହା ପରେ ମହାନଦୀକୁ ଡେଇଁପଡ଼ିଥିଲେ।

ବ୍ରିଜ୍‌ ଉପରେ  ଯାଉଥିବା କିଛି ଲୋକେ ପାଟି କରି ଚିଲାଇଛନ୍ତି। ହେଲେ ଯୁବକ ଜଣକ କାହା କଥା ନଶୁଣି ନଦୀକୁ ଡେଇଁ ପଡିଛନ୍ତି। ଡେଇଁ ପଡିବା ପରେ  କିଛି  ଲୋକ ବ୍ରିଜ୍ ଉପରୁ  ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ  ଚେଷ୍ଟା କରିଥିଲେ କିନ୍ତୁ  ସଫଳ ହେଲେ ନାହିଁ।   ଯୁବକଙ୍କୁ ମହାନଦୀର ଜଳସ୍ରୋତ ଠେଲି ନେଉଥିବା ମଧ୍ୟ ଲୋକେ ଦେଖିଛନ୍ତି। ତେବେ ଯୁବକ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଜଣାପଡ଼ିନି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କିଛି ବି ଖୋଜ ଖବର ମିଳିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.