ଆନନ୍ଦପୁର : ଦେଖିକି ରହିବୁ, ମୁଁ ଯାଉଛି, ଏଭଳି ଏକ ଲାଇଭ୍ ଭିଡିଓ କରି ଜଣେ ଯୁବକ ଜୀବନ ହାରିବା ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରେ ଚର୍ଚ୍ଚାର ବିଷୟ ହୋଇଛି । ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗ୍ରାମର ଜଣେ ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡିଓକରି ଝୁଲି ପଡ଼ିଥିଲେ । ପୁଲିସ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରଞ୍ଜନ ସାଙ୍କ ବଡ଼ପୁଅ ଓମ୍ ପ୍ରସାଦ ସା l
ସେ ଶୈଲଙ୍ଗ ପାହାଡ଼ ନିକଟ ରେ ଏକ ଗଛରେ ରଶି ଲଗାଇ ଜୀବନ ହାରିଛନ୍ତି। ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଓମ୍ ଜୀବନ ହାରିବା ପୂର୍ବରୁ ନିଜ ମୋବାଇଲ ଫୋନ୍ ରେ ଲାଇଭ୍ କରିଥିଲା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ମୃତ୍ୟୁ ପ୍ରେମ ଜନିତ ହୋଇଥିବା ଚର୍ଚ୍ଚା ହେଉଛି।