ରାତିରେ ଡ୍ୟୁଟି କଲେ, ସକାଳୁ ମିଳିଲା ମୃତଦେହ

ବ୍ରହ୍ମଗିରି: ରୋଜଗାର ଆଶାରେ ବ୍ରହ୍ମଗିରିରୁ ପୁଅ ଯାଇଥିଲା ବେଙ୍ଗାଳୁରୁ । ମିଳିଲା ମୃତଦେହ । ମୃତ ଯୁବକ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗମ୍ଭାରୀ ଗାଁର ସମ୍ବିତ ଜେନା । ଗତ ୧ ବର୍ଷ ଧରି ସମ୍ବିତ ବେଙ୍ଗାଳୁରୁର ଏକ ଘରୋଇ କମ୍ପାନୀରେ ସିକ୍ୟରିଟି ଗାର୍ଡ ଭାବେ କାମ କରୁଥିଲେ । ଗତ ଦୁଇ ମାସ ତଳେ ସଂପୃକ୍ତ କମ୍ପାନୀ ଛାଡି ଅନ୍ୟ ଏକ କମ୍ପାନୀରେ ଜଏନ କରିଥିଲେ । ଗତକାଲି ରାତିରେ ଡିଉଟି କରିବାକୁ ଯାଇଥିବା ବେଳେ, ଆଜି ସକାଳୁ କମ୍ପାନୀ ପରିସରରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ତେବେ ସମ୍ବିତଙ୍କର କିପରି ହେଲା ମୃତ୍ୟୁ, ସେନେଇ ସ୍ପଷ୍ଟ କାରଣ ଜଣାପଡିନି । ସେପଟେ ପରିବାର ଲୋକେ ଅଭିଯୋଗ କରିଛନ୍ତି ପୁଅର କିଏ ଜୀବନ ନେଇଯାଇଛି। ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୁଅର ମୃତଦେହ ଗାଁକୁ ଫେରାଇ ଆଣିବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି ।