ରାଜ୍ୟ

ନାଲି ପାଣି କଲା ବାୟା: ରାସ୍ତା ମଝିରେ ଥିବା ଉଚ୍ଚ ତୋରଣ ଉପରେ ଚଢିଯାଇ ଯୁବକ କଲେ ଏମିତି କାଣ୍ଡ

ପାଟଣାଗଡ: ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକ ପ୍ରେମ ନିବେଦନ କରିବାକୁ କେତେବେଳେ ପାଣି ଟାଙ୍କି ଉପରେ ଚଢିଯାଇଥିବାର ଆପଣ ଦେଖିଛନ୍ତି ତ କେତେବେଳେ ଶନି ଠାକୁର ଗୋଡାଇବାରୁ ୩୩କେଭି ଇଲେକ୍ଟ୍ରିକ୍‌ ଖୁଣ୍ଟି ଉପରେ ମହିଳା ଚଢିଯାଇଥିବାର ଦେଖିଛନ୍ତି। ଆଉ କେତେବେଳେ ପ୍ରେମିକାକୁ ନିଜର ପ୍ରେମ ଜଣାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଯୁବକ ଚଢ଼ିଯାଇଛନ୍ତି ତ ଆଉ କେତେବେଳେ ନାଚିବା ଭୂତ ଏମିତି ସବାର ହେଲା ଯେ ସାର୍ଟ ଖୋଲି ଟ୍ରାଫିକ୍‌ ପୋଷ୍ଟରେ ଚଢ଼ିଯାଇଛନ୍ତି। ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୋଇଥାଏ ପ୍ରତିଦିନ। ଠିକ୍ ଏଭଳି ଏକ ଭିଡିଓ ଏବେ ପୁଣି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଦିଆଯାଇଥିବା ତୋରଣ ଉପରେ ଜଣେ ଯୁବକର ପାଗଳାମୀ କଏଦ ହୋଇଛି କ୍ଯାମେରାରେ। ଭିଜୁଆଲରେ ଦେଖିବାକୁ ମିଳୁଛି କେତେ ଉଚ୍ଚ ତୋରଣ ଉପରେ ଚଢି ଯୁବକ ଜଣକ ବାହାଦୁରୀ ମାରୁଛି। ତାପରେ ସେହି ତୋରଣ ଉପରେ ବ୍ୟାୟାମ କରୁଛି । ଯାହାର ଦୃଶ୍ୟ ଏବେ ବେଶ ଭାଇରଲ ହେଉଛି। ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଦିଆଯାଇଥିବା ବଳଦେବଜୀଉ ଦ୍ୱାର ତୋରଣ ଉପରେ ଯୁବକ ଜଣକ ବ୍ୟାୟାମ କରୁଥିବା ଦେଖି ଦେଖଣାହାରୀଙ୍କ ଛାତି ଥରିଉଠିଥିଲା। କାରଣ ଥରେ ଭାବିଲେ ଯଦି କିଛି ଅଘଟଣ ଘଟିଛି ଆଉ ଯୁବକ ଜଣକ ଯଦି ଉପରୁ ପଡିଯିବ ତାହାହେଲେ କଣ ହେବ।

ତେବେ ଯାହା ସୂଚନା ମିଳିଛି, ଏହି ଯୁବକ ହେଉଛନ୍ତି ବଥର୍ଲା ଗାଁର ହିରୁ। ସେ ମଦ୍ୟପାନ କରି ଏଭଳି କାଣ୍ଡ କରୁଥିବା ଶୁଣିବାକୁ ମିଳୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଏ ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି । ତେବେ କିଛି ସମୟରେ ଯାଏ ଯୁବକଟି ନିଜର ସମସ୍ତ ସାଧାରଣ ଜ୍ଞାନ ହରାଇବସିଥିବାବେଳେ, ନିଶା କମିବାପରେ ତଳକୁ ଓହ୍ଲାଥିବା କୁହାଯାଉଛି।

 

 

Sonalisa

Recent Posts

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

3 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

5 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

6 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

29 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

59 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

1 hour ago