ଘରକୁ ଫେରିବା ବେଳେ ଘଟିଗଲା ଅଘଟଣ, ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ
ହିନ୍ଦୋଳ: ଘର ବାହାରକୁ ଯାଇଥିଲେ ଯୁବକ ଜଣକ । ହେଲେ କୋଉଠିଥିଲା କେଜାଣି ଆକାଶରେ ଘୋଟି ଆସିଥିଲା କଳାବାଦଲ । ଆଉ କାଚିଥିଲା ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ସେହି ବଜ୍ରାପାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣାରାସୋଳ ଥାନା ଅନ୍ତର୍ଗତ ଚିତ୍ତଳପୁର ଗାଁରେ ଘଟିଛି ।
ବଜ୍ରାଘାତ ନେଇଗଲା ଯୁବକ ଜୀବନ I ମୃତ ଯୁବକ ହେଲେ ଚିତ୍ତଳପୁର ଗାଁର ମୋହନ ବେହେରା I କାମ କରି ଘରକୁ ଫେରୁଥିବା ସମୟରେ ବଜ୍ରପାତରେ ତାଙ୍କ ଜୀବନ ଚାଲିଯାଇଛି I ମୋହନ ଦିନମଜୁରିଆ ଭାବରେ କାମ କରନ୍ତି I ସେଥିରୁ ଯେଉଁ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ ।
ସବୁଦିନ ପରି ସେ ଆଜି ନିକଟସ୍ଥ ଖଜୁରିଆ କଟା ବଜ଼ାରକୁ କାମ କରିବାକୁ ଯାଇଥିଲେ I ତାଙ୍କର ଏହି କାମ ଜୀବନର ଶେଷ କାମ ହୋଇଗଲା । କାମ ସାରି ଘରକୁ ଫେରିବା ସମୟରେ ଜୋରରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା I ସେହି ସମୟରେ ମୋହନ ବଜ୍ରାଘାତରେ ସେ ଆଚେତ ହୋଇ ତଳେ ପଡିଯାଇଥିଲେ I ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଖଜୁରିଆକଟା ମେଡିକାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I