ବୌଦ୍ଧ ଗୁନ୍ଦୁଲିଆ ହନୁମାନ ମନ୍ଦିର ଛକ ନିକଟରେ ଅଘଟଣ, ଚଳନ୍ତା ଟ୍ରାକ୍ଟରରୁ ଖସି ଯୁବକ ମୃତ

ବୌଦ୍ଧ(କେନ୍ଯୁଜ୍): ଅଘଟଣ । ଚଳନ୍ତା ଟ୍ରାକ୍ଟରରୁ ଖସି ଯୁବକ ମୃତ । ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ହନୁମାନ ମନ୍ଦିର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ସୂଚନା ମୁତାବକ, ଏକ ସିମେଣ୍ଟ ବୋଝେଇ ଟ୍ରାକ୍ଟର ଯାଉଥିବା ସମୟରେ ହଠାତ୍ ଚଳନ୍ତା ଟ୍ରାକ୍ଟରରୁ ଖସିପଡିଥିଲେ ଜଣେ  ଯୁବକ। ଯାହାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ମୃତକ ଜଣଙ୍କ ମନୁମୁଣ୍ଡା ଥାନା ଧୁଙ୍ଗିଆପଦର ଗ୍ରାମର ଶିବ ପ୍ରଧାନ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.