ହାତୀପଲଙ୍କ ଆକ୍ରମଣରେ ଯୁବକ ମୃତ, ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ

ଭଞ୍ଜନଗର (କେନ୍ୟୁଜ): ଯୁବକଙ୍କୁ ଦଳିଦେଲେ ହାତୀପଲ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ, ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ କ୍ଷତମୁଣ୍ଡୁଳି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ପବିତ୍ର ପାତ୍ର । ଗତକାଲି ବିଳମ୍ବିତ ରାତିରେ ଧାନ କ୍ଷେତରେ ପଶିଥିବା ବଣୁଆ ହାତୀପଲକୁ ଘଉଡାଇବା ପାଇଁ ଗାଁର କିଛି ଲୋକଙ୍କ ସହ ଯାଇଥିଲେ । ସେହି ସମୟରେ ହାତୀପଲ ଆକ୍ରମଣର ଶିକାର ହୋଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ସ୍ଥାନୀୟ ଜଙ୍ଗଲରେ ୧୭ ଟି ହାତୀ ରହିଥିବା ବେଳେ ବର୍ତ୍ତମାନ ଧାନଫସଲ ଖାଇବା ପାଇଁ ସେମାନେ ଗାଁ ନିକଟ ଅଞ୍ଚଳରେ ବୁଲୁଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.