ଯୁବକଙ୍କୁ ଚାପି ଦେଲା ଟ୍ରକ୍, ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
କଟକ(କେନ୍ୟୁଜ୍): ଯୁବକଙ୍କୁ ଚାପି ଦେଲା ଟ୍ରକ୍ । ଦୁର୍ଘଟଣାସ୍ଥଳରେ ଚାଲିଗଲା ଜୀବନ । ୧୬ ନମ୍ବର ଜାତୀୟ ରାଜପଥର କଟକ ବାଲିକୁଦା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକଙ୍କ ନାଁ ତ୍ରୈଲୋକ୍ୟ ବେହେରା ଓ ଘର ବାଲିକୁଦାରେ । ସେ ଗ୍ୟାରେଜରେ କାମ କରନ୍ତି । ଟ୍ରକ୍ ଚକା ତଳେ ଚାପି ହୋଇଛନ୍ତି ଯୁବକ ।
ଦୁର୍ଘଟଣା ପରେ ସେଠାରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଫଳରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର ।