ବାରହା ଫାସରେ ପଡ଼ି ଯୁବକ ମୃତ, ବାରହା ପାଇଁ ବିଦ୍ୟୁ ତାର ବିଛାଯାଉଥିଲା
ବୌଦ୍ଧ : ବାରହା ଫାସରେ ପଡ଼ି ଯୁବକ ମୃତ। ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଉଥିବା ବେଳେ ସେଥିରେ ଫସିଯାଇଥିଲେ ଯୁବକ। ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଗୁରୁଜିମୁଣ୍ଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଶାସନମୁଣ୍ଡା ଗାଁର ରୁଧିର ମାଝୀ ଘରୁ ଯାଇ ଆଉ ଫେରିନଥିଲେ । ପରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି ଗୁରୁଜିମୁଣ୍ଡା ଜଙ୍ଗଲରୁ ତାଙ୍କ ମୃତଦେହକୁ ଠାବ କରିଥିଲେ। ତେବେ ସେଠାରେ ବିଦ୍ୟୁତ ତାର ବିଛା ଯାଇଥିବାରୁ ପରିବାର ଲୋକେ ତାଙ୍କ ନିକଟକୁ ଯାଇ ପାରିନଥିଲେ । ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି ।