ପବଜି ନେଇଗଲା ଭେଣ୍ଡିଆ ପୁଅର ଜୀବନ: କାନ୍ଦ ବୋବାଳିରେ ଫାଟି ପଡୁଛି ନୂଆପଡ଼ା ଜିଲ୍ଲାର ସିଏଲଲଟି ଗାଁ

ନୂଆପଡା: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିୁପାରୁନାହାନ୍ତି ପରିବାର ଲୋକେ । ପୁରା ଘଟଣାଟି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। ପବଜି । ଏହି ନା ଟି ଏବେ ଘରେ ଘରେ ପରିଚିତ । ପ୍ରତ୍ଯକ ଘରେ କେହିନା କେହି ଏହି ଅନ୍ ଲାଇନ୍ ଗେମ୍ ପବଜି କୁ ନିହାତୀ ଖେଳୁଥିବେ । ଏହି ଖେଳ ମାୟାରେ ଆଜିର ଯୁବପୀଢି ସତେ ଯେମିତି ବାୟା । ତେବେ ଅନେକ ସମୟରେ ଏହି ପବଜିକୁ ନେଇ ଅନେକ ପରିବାରର ଛୁଆମାନେ ନିଜ ପାଠପଢାରେ ଅବହେଳା କରୁଥିବାର କଥା ମଧ୍ଯ ଆମେ ଶୁଣିଛେ । ହେଲେ ଏବେ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଦେବ ।

ମୋବାଇଲରେ ପବଜି ଖେଳୁ ଖେଳୁ ଅଜାଣତରେ ରେଳ ଟ୍ରାକ ଉପରକୁ ଚାଲିଯିବାରୁ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆଉ ଦେଖୁ ଦେଖୁ ଅକାଳରେ ଚାଲିଯାଇଛି ଗୋଟେ ଜୀବନ । ଯୁବକ ଜଣଙ୍କ କିଛି ବୁଝିବା ଆଗରୁ ଟ୍ରେନ ଏମିତି ଧକ୍କା ଦେଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ସିଏଲଲଟି ଗାଁରେ ।
pubgସୂଚନା ଅନୁଯାୟୀ ରବିବାର ରାତିରେ, କ୍ଷୀରମୋହନ ମାଝୀ ନାମକ ଯୁବକ ମୋବାଇଲରେ ପବଜି ଖେଳୁଥିଲେ । ଏମିତି ନିଶାରେ ଖେଳରେ ମଜ୍ଜି ଥିଲେ ଯେ ସିଧା ଚାଲି ଚାଲି ରେଳଧାରଣା ଉପରକୁ ଅଜାଣତରେ ଚାଲି ଆସିଥିଲେ। ଏପରକି ଟ୍ରେନ୍ ଆସିବାର ଶବ୍ଦକୁ ମଧ୍ୟ ସେ ବାରି ପାରିନଥିଲେ । ଦ୍ରୁତ ଗତିରେ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆଖି ପିଛୁଳାକେ କ୍ଷୀରକୋହନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୋମବାର ସକାଳୁ ମୃତଦେହ ଦେଖି ସ୍ଥାନିୟ ଲୋକେ ପୋଲିସକୁ ଖବର ଦେବା ପରେ ରେଳବାଇ ପୋଲିସ ମୃତଦେହକୁ ଜବତ କରି ସ୍ଥାନିୟ ପୋଲିସକୁ ଦେଇଥିଲା ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.