ଆମ୍ବ ତୋଳିବାକୁ ଯାଇ ଗଛରୁ ପଡ଼ି ଯୁବକ ଗୁରୁତର

ବାରଙ୍ଗ : ଆମ୍ବ ତୋଳିବାକୁ ଗଛରେ ଚଢ଼ିଥିବା ବେଳେ ତଳକୁ ଖସିପଡ଼ି ଯୁବକ ଗୁରୁତର ହୋଇଛନ୍ତି । ବାରଙ୍ଗ ଥାନା ଅନ୍ତର୍ଗତ ଗୋଠପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ସେହି ଗ୍ରାମର ଗୌତମ ଜେନା ।
ସୂଚନା ଅନୁସାରେ ଗୁରୁବାର ସଂଧ୍ୟାରେ ଯୁବକ ଜଣକ ପରିବାର ସଦସ୍ୟଙ୍କ ସହ ଆମ୍ବ ତୋଳିବାକୁ ଗଛରେ ଚଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ଯୁବକ ତଳେ ପଡ଼ିଯାଇଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି।