ଛାଡିଗଲା କୁଲକୁଲ, ଷ୍ଟଣ୍ଟ ଦେଖାଇଲାବେଳେ ନାଳରେ ଗଳିପଡିଲେ ଯୁବକ

କାମାକ୍ଷାନଗର(କେନ୍ୟୁଜ୍): ବାଇକରେ ଷ୍ଟଣ୍ଟ ଦେଖାଉଥିଲେ କିନ୍ତୁ ଅସାବଧାନତା କରଣରୁ ଦୁର୍ଘଟଣା ଘଟି ଆହାତ ହେଲେ ଯୁବକ । ଏଭଳି ଘଟଣା ଘଟିଛି କାମାକ୍ଷାନଗର ନୂତନ ବାଇପାସ ରାସ୍ତାରେ ।ଦୁର୍ଘଟଣାରେ ଅଳ୍ପକେ ବଞ୍ଚଗଲା ଯୁବକଙ୍କ ଜୀବନ। ହିରୋ ସ୍ପେଣ୍ଡର ବାଇକରେ ଯୁବକ ଜଣଙ୍କ ଷ୍ଟଣ୍ଟ ଦେଖାଇବା ସମୟରେ ଅସାବଧାନତା କାରଣରୁ ଯୁବକଙ୍କ ବାଇକ ଏକ କଲଭର୍ଟରେ ପିଟି ହୋଇଥିଲା। ଯାହା ଫଳରେ ଏହି ଦୁର୍ଘଟଣାରେ ବାଇକ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଯୁବକ ଜଣଙ୍କ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ବି ଯୁବକଙ୍କ ଗାଲୁଆମୀ କମିନଥିବାର ଦେଖିବାକୁ  ମିଳିଛି। ଦୁର୍ଘଟଣା ପରେ  କାହାକୁ ଜଣଙ୍କୁ ଭିଡିଓ କଲ କରି କହୁଥିଲେ ଭାଇଜାନ ବାଇକଟା ଗୁଣ୍ଡ ହୋଇଗଲା। ଯୁବକଙ୍କର ଏଭଳି ଉଦ୍ଧତଗିରି  ଦେଖି ସ୍ଥାନୀୟ କିଛି ଲୋକ ଯୁବକଙ୍କୁ ଉପରେ ବିରକ୍ତ ହୋଇଥିଲେ ମଧ୍ୟ କିଛି କହିବାକୁ ସାହସ କରିନାହାନ୍ତି।

 ଯଦି ଏହି ଷ୍ଟଣ୍ଟ ଯୋଗୁ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ କିଛି କ୍ଷତି ହୋଇଥାନ୍ତା ତେବେ ସେଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ସ୍ଥାନୀୟ କିଛି ଲୋକ କହିଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଖୁଣ୍ଟଣି ଅଞ୍ଚଳର ଜୀବନ ବେହେରା। ସେ କିଛିଦିନ ହେଲା କାମାକ୍ଷାନଗର ରେ ଭଡାରେ ରହୁଛନ୍ତି। ଏବେ ଆହତ ଅବସ୍ଥାରେତାଙ୍କୁ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.