ଓୟୋ ନାରେ ଯୁବକ ଆଣିଲେ ଠକେଇ ଅଭିଯୋଗ, କ୍ୟାପିଟାଲ ଥାନାରେ ଦେଲେ ଏତଲା

ଭୁୁବନେଶ୍ୱର: ଲକ୍ ଡାଉନରେ ଦିନକୁ ଦିନକୁ ବଢିବାରେ ଲାଗିଲାଣି ଠକାମୀ । ଏହା ଭିତରେ ପୁଣି ଓୟୋ ନାରେ ଆସିଛି ଠକେଇ ଅଭିଯୋଗ । ଭୁୁବନେଶ୍ୱରର ଜଣେ ଯୁବକ ଆଣିଲେ ଏହି ଅଭିଯୋଗ । ଯୁକ ଜଣଙ୍କ ପରୀକ୍ଷା ଦେବାକୁ ମୁମ୍ବାଇ ଯାଇଥିଲେ । ସେଠାରୁ ଫେରି ପେଡ କ୍ୱାରେଣ୍ଟାଇନରେ ଭୁୁନେଶ୍ୱରର ଏକ ଓୟୋ ହୋଟେଲ ବୁକିଂ କରିଥଲେ । ହେଲେ ହୋଟେଲରେ ପହଂଚିବା ପରେ ଚାଙ୍କୁ ଓୟୋରୁୁ ଏକ କଲ ଆସିଥିଲା । ତାଙ୍କୁ ୧୫ ପ୍ରତିଶତ ରିହାତି ମିଳିବ ବୋଲି ଫୋନ୍ କରିଥିବା ବ୍ଯକ୍ତି ଜଣଙ୍କ କହିଥିଲେ।

payତେବେ ଜୁନ ୫ ରୁ ୧୨ ତାରିଖ ଯାଏ ୬୦୨୪ ଟଙ୍କାରେ ବୁକ କରିଥିବା ରୁମ ୫୧୨୦ ଟଙ୍କାରେ ମିଳିବ ବୋଲି କହିଥଲେ ଫୋନ୍ କରିଥିବା ଓୟୋ ଅଧିକାରୀ । ଗୁଗଲ ପେରେ ବୁକ କରିବା ପରେ ପୁଣି ସେହି ଅଧିକାରୀ ଫୋନ କରି ଭୁଲ ଫର୍ମାଟ କହି ଆଉଥରେ ପେମେଣ୍ଟ କରିବା ସହ ବାକି ଟଙ୍କା ୨୪ ଘଣ୍ଟାରେ ଫେରସ୍ତ ହେବ ବୋଲି କହିଥିଲେ।

ହେଲେ ଆଉ ଟଙ୍କା ଫେରି ନଥିଲା। ୯୯୧୧୭୫୪୧୬୪ ନମ୍ବରରୁ ଆସିଥିବା ଏହି କଲ ଆଉ ଲାଗି ନ ଥିଲା। ଏନେଇ ଯୁବକ ଜଣଙ୍କ ଓୟୋ ମୁଖ୍ୟାଳୟକୁ ଯୋଗାଯୋଗ କରିଥିଲେ। ହେଲେ ଏହି ନମ୍ବରଧାରୀ ଓୟୋର ଅଧିକାରୀ ନାହାନ୍ତି ବୋଲି ଜଣାଇଥିଲେ। ଏହାପରେ ଓୟୋ ଠକାମିର ଶିକାର ହୋଇ ଯୁବ ଜଣଙ୍କ ବର୍ତ୍ତମାନ କ୍ୟାପିଟାଲ ଥାନାରେ ଏତଲା ଦେବା ସହ ସାଇବର କ୍ରାଇମର ମଧ୍ୟ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.