ଫେସ୍ବୁକ୍ରେ ପ୍ରଥମେ ଫ୍ରେଣ୍ଡ ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପଠାଇବା ଘଟଣା: ୨ ବର୍ଷ ପରେ ବିହାରର ଯୁବକ ଗିରଫ

ରାଉରକେଲା(କେନ୍ୟୁଜ):ଫେସ୍ବୁକ୍ରେ ପ୍ରଥମେ ଫ୍ରେଣ୍ଡ ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପଠାଇବା ଘଟଣାରେ ବିହାରର ଯୁବକ ଗିରଫ । ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ତଦନ୍ତ କରି ବିହାରର ବୈଶାଳୀ ଜିଲ୍ଲାରୁ ଅଭିଯୁକ୍ତ ମହମ୍ମଦ ଏହଶାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତାଠୁ ଫୋନ, ସିମ୍ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଜବତ କରାଯାଇଛି । ଅଭିଯୁକ୍ତ ନିଜ ଭୁଲ୍ ସ୍ୱୀକାର କରିଥିବାବେଳେ ତାର ସାଙ୍ଗମାନଙ୍କ ଦ୍ୱାରା ଏଭଳି ଭୁଲ୍ ହୋଇଛି ବୋଲି କହିଛି ।
୨୦୨୦ ଜୁଲାଇ ମାସରେ ରାଉରକେଲା ଜଗଦା ଅଞ୍ଚଳର ଜଣେ ଯୁବତୀଙ୍କୁ ଫେସ୍ବୁକ୍ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲା ଏହି ଯୁବକ । ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିବା ପରେ ଯୁବତୀଙ୍କ ଫଟୋକୁ ଏଡିଟ୍ କରି ଫେସ୍ବୁକ୍ ମେସେଞ୍ଜରରେ ଅଶ୍ଳୀଳ ଫଟୋ ଛାଡ଼ିଥିଲେ ।