ମଇଁଷି ଖୋଜିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡ଼ା: କାଳ ହେଲା ଜଙ୍ଗଲକୁ ମଇଁଷି ଖୋଜିବାକୁ ଯିବା । ଭାଲୁ ଆକ୍ରମଣରେ ଗୁରୁତର ହେଲେ ଯୁବକ l ଅଳ୍ପକେ ବର୍ତ୍ତିଗଲା ଯୁବକଙ୍କ ଜୀବନ । ଏଭଳି ଘଟଣା ନୂଆଗାଁ ଥାନା କୁଡୁତେଲି ପଂଚାୟତ ଅନ୍ତର୍ଗତ ଡକର ଗାଁରେ ଘଟିଛି l ଗୁରୁତର ଯୁବକ ହେଲେ ଡକର ଗାଁର ଅଖିଳ ପ୍ରଧାନୀ l

ସୂଚନା ଅନୁଯାୟୀ, ସକାଳୁ ସକାଳୁ ଅଖିଳ ଗାଁ ନିକଟ ଜଙ୍ଗଲକୁ ନିଜ ମଇଁଷି ଖୋଜିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା l ତେବେ ଭାଲୁଠାରୁ ଅଖିଳ ବର୍ତ୍ତିବା ସହ ଜୀବନ ବିକଳରେ ଗାଁକୁ ଦୌଡ଼ିଆସିଥିଲେ l କ୍ଷତାକ୍ତ ଅବସ୍ଥାରେ ଅଖିଳଙ୍କୁ ଗାଁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ତାଙ୍କୁ ଉଦ୍ଧାର କରି ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକ ଭର୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଖିଳଙ୍କୁ ସ୍ଥାନାନ୍ତର କରାଯାଇଛି l ଏନେଇ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଟିକିଏ ସୁଧାର ଆସିଥିବା ଜଣାପଡ଼ିଛି ।