ପ୍ରେମରେ ସାହିପାରିଲେନି ଧୋକା, ଶେଷରେ ଜୀବନ ହାରିଲେ ବ୍ୟକ୍ତି 

ଭୁବନେଶ୍ୱର : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ୨୨ ବର୍ଷ ବୟସରେ ଧୋକା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ରାହୁଲ ଗୋଚ୍ଛାୟତ । ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ମିଳିଛି । ପ୍ରେମ ପାଇଁ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ସେପଟେ ଜୀବନ ହାରିବା ପାଇଁ ଯୁବତୀ ଜଣଙ୍କ ଉସୁକାଇଥିବାରୁ ଯୁବକ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଥାଉକି, ୨୨ ବର୍ଷର ରାହୁଲ ଗୋଚ୍ଛାୟତ ନିଜ ଘର ଛାଡ଼ି ବରମୁଣ୍ଡା ମା ମଙ୍ଗଳା ଦଳିତ ସାହିରେ ନିଜ ଆଈ ସହ ରହୁଥିଲେ । ଏହାରି ଭିତରେ ଏଠାରେ ରହୁଥିବା ଜଣେ ଝିଅଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକାଙ୍କୁ ଦାମୀ ଉପହାର ଦେଉଥିଲେ ପ୍ରେମିକ। ହେଲେ ସେ ସବୁ ସନ୍ତକ ହେଇ ରହିଗଲା । ଉପହାର ରହିଗଲା ଆଉ ଜୀବନ ହାରିଦେଲେ ପ୍ରେମିକ । ହଠାତ ଝିଅଟା ବାହା ହବାକୁ ମନା କରିବା ପରେ ଜୀବନ ହାରିଛନ୍ତି ରାହୁଲ୍ । ସେପଟେ ଜୀବନ ହାରିବା ପାଇଁ ଉସୁକାଇଥିବାରୁ ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ରାହୁଲଙ୍କ ପରିବାର ଲୋକ ।

 

 

ଆହୁରି ପଢ଼ନ୍ତୁ :  ରଡରେ ବନ୍ଧା ଜୀବନ, ରୋଜଗାର କରିବା ବୟସରେ ବିଛଣାରେ ପଡ଼ିଛି ଭେଣ୍ଡିଆ ପୁଅ