ନାଗାବଳୀ ନଦୀର ଝୁଲାପୋଲରେ ସେଲଫି ନେବା ହେଲା କାଳ, ପାଣି ଭିତରକୁ ଖସି ଯୁବକ ନିଖୋଜ

ରାୟଗଡା(କେନ୍ଯୁଜ୍): ପାଣି ଭିତରେ ସେଲଫି ନେବା ହେଲା କାଳ । ରାୟଗଡା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେଉଥିବା ବେଳେ ଜଣେ ଯୁବକ ପାଣି ଭିତରକୁ ଖସି ପଡିଛନ୍ତି । ନିଖୋଜ ଯୁବକ ଜଣକ ଉତ୍ତର ପ୍ରଦେଶ ସାମଲି ଜିଲ୍ଲା ଝୀଂଜାନା ଗାଁର ବିଲାଲ ।

ଗତକାଲି ବିଲାଲ ନିଜ ସାଙ୍ଗ ମାନଙ୍କ ସହ ଝୁଲାପୋଲ ନିକଟକୁ ବୁଲି ଯାଇଥିବା ବେଳେ ଦୁର୍ଘଟଣା ବଶତ ପୋଲ ତଳକୁ ଖସି ପଡିଥିଲେ । ଏନେଇ ଜଣାପଡିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟଜ ଜାରି ରହିଛି । ଏଯାଏ ତାଙ୍କର କୌଣସି ପତ୍ତା ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.