ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭି ଯୁବକ ହସ୍ପିଟାଲରେ ଭର୍ତ୍ତି, ପରୀକ୍ଷା ପାଇଁ ପୁନେ ପଠାଯାଇଛି ସ୍ୱାବ

ଭୁବନେଶ୍ବର: ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭି ଚିହ୍ନଟ । ବ୍ରିଟେନରୁ ଫେରିଥିବା ଜଣେ ୩୪ ବର୍ଷୀୟ ଯୁବକଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ଏହାପରେ ତାଙ୍କୁ ସରକାରୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଯୁବକଙ୍କର ଉଚିତ୍ ଚିକିତ୍ସା ହେଉଛି।

ତାଙ୍କ ସ୍ୱାବ ପୁନେ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାପଡିବ ଏହା କୋଭିଡର ନୂଆ ଷ୍ଟ୍ରେନ କି ନାହିଁ। ବର୍ତ୍ତମାନ ସ୍ଥିତିରେ ଭୟ କରିବାର କୌଣସି ଆବ୍ୟଶ୍ୟକତା ନାହିଁ। ଯାହା ଗାଇଡ଼ଲାଇନ ଅଛି ତାକୁ ପାଳନ କରିବାକୁ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.