ଡ୍ରେନ୍ କାର୍ଯ୍ୟକୁ ନେଇ ବଚସା ପରେ ଗୁଳି ମାରି ହତ୍ୟା, ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ବାଲେଶ୍ୱର(କେନ୍ୟୁଜ): ଗୁଳିକାଣ୍ଡରେ ଯୁବକ ମୃତ । ଡ୍ରେନ କାର୍ଯ୍ୟକୁ ନେଇ ବଚସା ପରେ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହର ଟାଉନ୍‌ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ କୁଡ଼ିଆ ଅଞ୍ଚଳର ରାଜେଶ ପଣ୍ଡା ।

ଏକ ଠିକା ସଂସ୍ଥାରେ ସେ ସୁପରଭାଇଜର୍‌ ଥିଲେ । ଡ୍ରେନ୍‌ ନିର୍ମାଣକୁ ନେଇ ତାଙ୍କ ସହ ସ୍ଥାନୀୟ ଦୋକାନୀଙ୍କ ଯୁକ୍ତିତର୍କ ହୋଇଥିଲା । ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାଧ ପଢି ଥାନାରେ ଆତ୍ମସମର୍ପଣ କରିଛି । ତାଙ୍କ ମୃତଶରୀରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.