ନରସିଂହପୁର : ଏବେବି ବଞ୍ଚି ରହିଛି ମାନବିକତା । ଆଜିର ଡିଜିଟାଲ ଦୁନିଆରେ କେହି କାହାକୁ ପଚାରୁନଥିବା ବେଳେ ଏହି ଯୁବକ ଜଣକ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଛନ୍ତି ଦୁଇଟି ଜୀବନ । ଯୁବକଙ୍କ ମହାନତା ଆଗରେ ହାର୍ ମାନିଛି ମୃତ୍ୟୁ ଦେବତା । ଅଳ୍ପ ଟିକିଏରେ ଚାଲିଯାଇଥାଆନ୍ତା ଦୁଇଟି ଜୀବନ କିନ୍ତୁ ନିଜ ଜୀବନକୁ ଖାତିର୍ ନକରି ମୃତ୍ୟୁ ଦେବତାଙ୍କ ମୁହଁରୁ ଛଡ଼ାଇ ଆଣିଛନ୍ତି ।
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗାଁରେ ମହାନଦୀରେ ଗାଧୋଉଥିଲେ । ଉଭୟ ହେଲେ ଲୀଳା ଦଳେଇ ୪୫ ବର୍ଷ, ନର୍ମଦା ଦଳେଇ ୨୦ ବର୍ଷ । ମହାନଦୀରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଉଥିଲେ । ଏହି ସମୟ ରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସେହି ଗାଁର ଜୀବନ ବେହେରା ତାଙ୍କୁ ବୁଡ଼ି ଯାଉଥିବା ସମୟରେ ଉଦ୍ଧାର କରି ଉଭୟଙ୍କ ଜୀବନ ବଞ୍ଚାଇ ନିଜର ମହାନତା ଦେଖେଇଛନ୍ତି ।
ଏହା ପରେ ଉଭୟ ମହିଳାଙ୍କୁ ତୁରନ୍ତ ନରସିଂହପୁର ଅଗ୍ନିଶମ ଗାଡ଼ି ରେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଆଉ ତାଙ୍କର ମେଡିକାଲରେ ଚିକିତ୍ସା ଚାଲିଛି । ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି । ଜୀବନ ଙ୍କ ମହାନତା ପାଇଁ ତାଙ୍କୁ ସବୁଆଡୁ ଧନ୍ୟବାଦର ସୁଅ ଛୁଟୁଛି । ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତାଙ୍କର ଏପରି କାର୍ଯ୍ୟ ଦେଖି ବାଃ ବାଃ କରିଛନ୍ତି । ଆଉ ଏଭଳି କାମ କେବଳ ମହାନ ହୃଦୟ ଥିବା ଲୋକ ହି କରିଥାଆନ୍ତି ବୋଲି କହିଛନ୍ତି ।