ପୁଣି ମୁଣ୍ଡ ନେଲା ଅନଲାଇନ ଗେମ୍: ୧୦ ହଜାର ଟଙ୍କା ହାରିବା ପରେ ଯୁବକଙ୍କ ଆତ୍ମହତ୍ୟା

ଆଳି (କେନ୍ୟୁଜ): ଅନଲାଇନରେ ଭିଡିଓ ଗେମ ଖେଳି ଟଙ୍କା ହାରିଯିବାରୁ ଯୁବକଙ୍କର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ। ଗାଁର ୨୩ ବର୍ଷୀୟ ଯୁବକ ଆଶିଷ ଦାସ ଦୀର୍ଘ ଦିନ ହେବ ଅନଲାଇନରେ ମୋବାଇଲ ମାଧ୍ୟମରେ ଭିଡିଓ ଗେମ ଖେଳୁଥିଲେ। ହେଲେ ସେ ଏକ କାଳୀନ ୧୦ହଜାର ଟଙ୍କା ହାରିଯିବାରୁ ଗତ କାଲି ଅପରାହ୍ନରେ ଘରେ କେହିନଥିବାବେଳେ ଫ୍ୟାନରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏମିତି କି ମୃତ୍ୟୁ ପୂର୍ବରୁ ଭିଡିଓ ଗେମ ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ଼ ନୋଟରେ ଲେଖିଥିବା ପରିବାର ଲୋକେ କହିଛନ୍ତି। ଝରକା ବାଟେ ଆଶିଷଙ୍କ ଝୁଲୁଥିବା ମୃତଦେହ ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ଆଶିଷଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିବା ସୂଚନା ମିଳିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.