ବିଚ୍ ରାସ୍ତାରେ ହାତ ବାନ୍ଧି ଯୁବକକୁ ନିର୍ଧୁମ ମାଡ, ଭାଇରାଲ୍ ହେଉଛି ଭିଡିଓ

ଭଦ୍ରକ(କେନ୍ଯୁଜ୍): ଧାମନଗର ସହରରେ ଛାତି ଉପରେ ଯୁବକଙ୍କୁ ରସିରେ ବାନ୍ଧି ଅତି ଅମାନୁଷିକ ଭାବେ ଗୋଡାଇ ଗୋଡାଇ ପିଟିଲେ ଭାଇ ଭଉଣି । ମାଡ ମାରିଥିବା ମହିଳା ଜଣଙ୍କ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅସ୍ଥାୟୀ କର୍ମଚାରୀ ବୋଲି ଜଣାପଡିଛି । ତେବେ ଖବର ଅନୁଯାୟୀ ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହ୍ୟାକ୍ କରି ନେଇଥିବା ସନ୍ଦେହରେ ଉକ୍ତ ଯୁବକଙ୍କୁ ମହିଳା ଓ ତାଙ୍କ ଭାଇ ଗୋଡ ହାତ ବାନ୍ଧି ଜୋତାରେ ପିଟିବା ସହ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସାମନାକୁ ଆସିଛି ।

ତେବେ ଧାମନଗର ଥାନା ଠାରୁ ମାତ୍ର ୨୦୦ ମିଟର ସମ୍ମୁଖରେ ବିଚ୍ ରାସ୍ତାରେ ଏପରି ମାଡ ହେଉଥିବା ସମୟରେ ଶତାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ । ତେବେ ହାତକୁ ରସିରେ ବାନ୍ଧି ଉକ୍ତ ମେଡ଼ିକାଲ କର୍ମଚାରୀ ଓ ତାଙ୍କ ଭାଇ ବିଚ୍ ବଜାରରେ ବାଡେଇ ବାଡେଇ ପୋଲିସ୍ ଜିମା ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ପୋଲିସ ଯୁବକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଗିରଫ ହୋଇଥିବା ଯୁବକଙ୍କ ମା ଉକ୍ତ ମେଡ଼ିକାଲର କର୍ମଚାରୀ ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଦେବାପରେ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.