ରାସ୍ତା ଉପରୁ ଉଠାଇନେଲେ ଯୁବକଙ୍କୁ, ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଠଗଡ଼ ମହାକାଳବସ୍ତ ଛକ ନିକଟରେ ରାସ୍ତା ଅବରୋଧ

ଆଠଗଡ଼: ରାସ୍ତାର ଉପରୁ ଉଠାଇନେଲେ। ଆଠଗଡ଼ ଅଞ୍ଚଳର ରାଜୁ ପୁହାଣ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟଲୋକେ ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାକାଳବସ୍ତ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି।

ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିବାରୁ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜୁ ଗତକାଲି ରାଜୁ ପୁହାଣ ନିଜ ଘରକୁ ଫେରୁଥିବାବେଳେ ଗାଁର ଜଣେ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.