ମଣିଷ ପଣିଆ ଯାଉଛି କୁଆଡେ? କାର ଚଢାଇ ୫ କୁକୁର ଛୁଆଙ୍କ ଜୀବନ ନେଇଗଲା ଯୁବକ, ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଇନୋଭା କାରରେ କୁକୁର ଚଢ଼େଇ ଯୁବକ ଗିରଫ । ଘଟଣା ଘଟିଛି ଭୁବନେଶ୍ବରର ଓଲଡଟାଉନ ଅଞ୍ଚଳର ଘୁସାରଶ୍ବେର ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଗତକାଲି  ପ୍ରଫୁଲ ରାଉତ ନାମକ ଜଣେ ବ୍ୟକ୍ତି ନିଜ  କାରରେ ନେଇ ଯାଉଥିବା ବେଳ ୫ ଟି ଛୁଆ କୁକୁରଙ୍କ ଉପରେ ଚଢାଇଦେଇଥିଲେ।

INOVA CAR

ଯାହା ଫଳରେ ଘଟଣା ସ୍ଥଳରେ ୫ଟି କୁକୁରଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାକୁ  ନେଇ କିଛି ପଶୁ ପ୍ରେମୀ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଗ୍ରହଣ କରି ଲିଙ୍ଗରାଜ ଥାନା  ପୋଲିସ ସେକ୍ସନ ୪୨୯,୫୦୬,୨୯୪ ଧାରା ଅନୁଯାୟୀ  ଅଭିଯୁକ୍ତ ପ୍ରଫୁଲ୍ଲ ରାଉତଙ୍କ ବିରୋଧରେ ମାମଲା ରୁଜୁ କରି ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.