ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା, ଟାୟାର ଜାଳି ରାସ୍ତା ଅବରୋଧ

କଟକ(କେ.ନ୍ୟୁଜ): ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା। ନିଆଳି-ଫୁଲନଖରା ରାସ୍ତା ଜଲ୍ଲାରପୁର ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକେ। ମୃତକ ଟୋଲା ବେହେରା ସାହି ଗାଁର ମଣ୍ଟୁ ଆପଟ ବୋଲି ଜଣାଯାଇଛି। ଆଜି ସକାଳେ ଏକ ଗଛରୁ ମଣ୍ଟୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ବେକରେ ରଶି ଲାଗିଥିବାବେଳେ ଯୁବକ ଜଣଙ୍କ ଗୋଡ ତଳେ ଲାଗିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଆଳି ଥାନା ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ଘଟଣା ଘଟିଛି। ତେଣୁ ନିଆଳି ପୋଲିସ ଆମ ଅଞ୍ଚଳର ଘଟଣା ନୁହେଁ ବୋଲି ତଦନ୍ତ ନକରି ଫେରିଆସିଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.