ବରଗଡ଼: ଶିଶୁଙ୍କ ସହ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ବରଗଡ଼(କେନ୍ୟୁଜ୍):ଗାଧୋଇବା ସମୟରେ ପୋଖରୀରେ ବୁଡ଼ି ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ । ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଝାରପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଇସ୍ରୋରେ କାର୍ଯ୍ୟରତ ଯୁବ ବୈଜ୍ଞାନିକ ନିହାର ପ୍ରଧାନ । ସେ ନିଜ ଗାଁକୁ ଆସିଥିବା ବେଳେ ଏହି ଦୁଃଖଦ ଘଟଣା ଘିଟିଛି । ଗାଁର ଏକ ପୋଖରୀରେ ଦୁଇ ଜଣ ଛୋଟ ଶିଶୁଙ୍କ ସହ ଗାଧୋଇବା ବେଳେ ସେ ପାଣିରେ ବୁଡ଼ି ଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିବାର ସେ ନିଜ ଗାଁ ଝାରପାଲିକୁ ଆସିଥିଲେ ଏବଂ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.