Categories: ରାଜ୍ୟ

ଗିନିଜ୍ ବୁକ୍ ରେକର୍ଡ ଲକ୍ଷ୍ୟରେ ଯୁବ ପ୍ରତିଭା ବିଭୁତି ଭୂଷଣ, ୨୩ ବର୍ଷ ଧରି କରିଚାଲିଛନ୍ତି ସଂଗ୍ରହ

ମାହାଙ୍ଗା(କେନ୍ୟୁଜ୍): ନିଜର ଲକ୍ଷ୍ୟ ପୁରୁଣ ପାଇଁ ଯଦି କିଏ ମନପ୍ରାଣ ଦେଇ ଚେଷ୍ଟା କରେ ତେବେ ସେ ଆଜି ନହେଲେ ବି କାଲି ନିଜର ଲକ୍ଷ ସ୍ଥଳରେ ପହଁଚିବାଟା ସ୍ବଭାବିକ। ଆଜିକାଲି ଆଧୁନିକ ଦୁନିଆରେ ସମସ୍ତେ ପୁରୁଣାକୁ ଅଲୋଡା ମନେକରି ନୂଆ ଜିନିଷକୁ ଆପଣାଇ ନେଲେଣି । ଏଭଳି ସ୍ଥିତିରେ କିଛି ଲୋକ ଆଜି ବି ଏମିତି ଅଛନ୍ତି, ଯେଉଁମାନେ ଆଧୁନିକତା ସହିତ ପାଦ ଥାପି ଆଗକୁ ବଢୁଛନ୍ତି ସତ ହେଲେ ପୁରୁଣା ଜିନିଷକୁ ସାଥୀରେ ନେବାକୁ ଭୁଲି ନାହାନ୍ତି । ଏପରି ଜଣେ ଯୁବ ପ୍ରତିଭା ଯିଏକି ଗିନିଜ୍ ବୁକ୍ ରେକର୍ଡ ଲକ୍ଷରେ ବିଭିନ୍ନ ପୁରୁଣା ଜିନିଷକୁ ସଂଗ୍ରହ କରି ରଖିଛନ୍ତି । ଏହା ସହିତ ଯୁବପିଢୀଙ୍କ ପାଇଁ ପାଲଟିଛନ୍ତି ଏକ ଅନନ୍ୟ ଉଦାହରଣ ।

ବିଭିନ୍ନ ଦେଶ ବିଦେଶରେ ଫାଷ୍ଟ ଡେ କଭର,ସ୍ପେଶାଲ କଭର, ଲଫାପା,ପୋଷ୍ଟ କାର୍ଡ,ବ୍ରିଟିଶ ଇଣ୍ଡିଆ ସମୟର ଭେରାଇଟି ନୋଟ ଟଙ୍କା, କଏନ୍ ଭଳି ଅନେକ ନୂଆ ପୁରୁଣା ସଂଗ୍ରହ କରି ଆସୁଛନ୍ତି ଯୁବ ପ୍ରତିଭା ବିଭୁତି ଭୂଷଣ ସ୍ବାଇଁ । କଟକ ଜିଲ୍ଳା ମାହାଙ୍ଗା ବାଏନ ପୁର ଗ୍ରାମର ବିଭୁତି ୫ବର୍ଷ କି ୧୦ବର୍ଷ ନୁହେଁ ବରଂ ଦୀର୍ଘ ୨୩ ବର୍ଷ ଧରି ତାଙ୍କର ଏହି ପ୍ରୟାସ ଜାରି ରଖିଛନ୍ତି । ସେ ଭବିଷ୍ୟତରେ ଆଗକୁ ମଧ୍ୟ ଏହି ପ୍ରୟାର ଜାରି ରଖିବେ ବୋଲି କହିଛନ୍ତି । ଏପରିକି ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ଲକ୍ଷରେ ବିଭୁତି ଥିବାବେଳେ ଅଞ୍ଚଳବାସୀ ତାଙ୍କର ଏପରି କାର୍ଯ୍ୟକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ।

ମାହାଙ୍ଗାରୁ ଅର୍ଜୁନ ସାହୁଙ୍କ ରିପୋର୍ଟ, କେନ୍ୟୁଜ୍

Sonalisa

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

9 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

15 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

29 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago