Categories: ରାଜ୍ୟ

ଉଦୀୟମାନ ଭାଓଲିନ୍‌ ବାଦକ ରାକେଶ ବିଶ୍ୱାଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱରର ଉଦୀୟମାନ ଭାଓଲିନ୍‌ ବାଦକ ରାକେଶ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କିଟ୍‌, କିସ୍‌ର ପ୍ରତିଷ୍ଠାତା

ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏହି ଅବସରରେ ତାଙ୍କୁ ଶ୍ରୀ ସାମନ୍ତ ଏକ ଅତ୍ୟାଧୁନିକ ଆମେରିକା ନିର୍ମିତ ଭାଓଲିନ୍‌ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଭାଓଲିନ୍‌ ବାଦନରେ ରାକେଶ ରାଜ୍ୟ ଓ ଦେଶର ଗୌରବ ବଢ଼ାନ୍ତୁ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ରାକେଶ କେକ୍‌ କାଟିବା ସହ ଭାଓଲିନ୍‌ ଧୁନ୍‌ରେ ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସିନେ ସାମ୍ବାଦିକ ଦିଲୀପ ହାଲି, ଅନୀଲ ପରିଡ଼ା, ଡ. ବିମଳେନ୍ଦୁ ମହାନ୍ତି, ସମାଜବାଦୀ ପାର୍ଟି ନେତା ରବି ବେହେରା, ଅଶୋକ ପାଣ୍ଡେ ଏବଂ ରାକେଶଙ୍କ ପିତା ରବି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ନିଜର ପ୍ରତିଭାରେ ସମସ୍ତଙ୍କୁ ଚମତ୍କତ କରିଥିବା ରାକେଶ ବିଭିନ୍ନ କାର୍ଯ୍ୟକ୍ରମରେ ଭାଓଲିନ୍‌ ବାଦନ କରି ସମସ୍ତଙ୍କ ମନ ମୋହିଛନ୍ତି ।

 

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 min ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

14 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

15 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago