କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର(କେନ୍ଯୁଜ୍): କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁ  ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌ ରେ ଦେଖିବାକୁ ମିଳିଥିଲା ଏହି ହାଇଡ୍ରାମା।  ହଠାତ୍‌ ଜଣେ ଯୁବତୀ ଦୌଡ଼ି ଦୌଡ଼ି  ଭୁବନେଶ୍ୱର ହଂସପାଳ ନିକଟ କୁଆଖାଇ ବ୍ରିଜ୍ ନିକଟକୁ ଯାଇଥିଲେ ଏବଂ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ କାବୁ କରି ନେଇଥିଲେ। 

ଏହାପରେ ପୋଲିସକୁ ଖବର ଦିଆଯିବାପରେ ଘଟଣାସ୍ଥଳରେ ପୋଲିସ୍ ଆସି ପହଁଚିଥିଲା । ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଞ୍ଚିଯାଇଥିଲା ଯୁବତୀଙ୍କ ଜୀବନ। ଉଦ୍ଧାର ଯୁବତୀଙ୍କୁ ପୋଲିସ୍‌ ଥାନାକୁ ନେଇ ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.