ବୁର୍ଲା: ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା(କେ ନ୍ୟୁଜ): ବୁର୍ଲା ମହାନଦୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ଆଜି ସଂଧ୍ୟ୍ୟାରେ ଏଭଳି ଏକ ଅଘଟଣ ଘଟିଛି । ଯୁବତୀ ଜଣକ ହଠାତ ବ୍ରିଜ଼ ଉପରୁ ଡେଇଁ ପଡିଥିଲେ । ସେହି ରାସ୍ତାଦେଇ ଯାଉଥିବା ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିନଥିଲେ । ଯୁବତୀ ପୋଲ ତଳେ ଥିବା ପଥର ଉପରେ ପଡିଥିଲେ । ଫଳରେ ତାଙ୍କ ମୁଣ୍ଡ ଏବଂ ଦେହର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି ।

ପୋଲିସ ଏବଂ ସ୍ଥାନୀୟ ଲୋକେ ଯୁବତୀଙ୍କୁ ବୁର୍ଲା ମେଡ଼ିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଯାବତ ମୃତ ଯୁବତୀ ଜଣଙ୍କ ପରିଚୟ ମିଳି ପାରିନାହିଁ । ବୁର୍ଲା ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.