ଭୁବନେଶ୍ୱର : ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ବାପା । ବନ୍ଦ ଘରୁ ଯୁବତୀଙ୍କ ମୃତଦେହକୁ ପରିବାର ଲୋକଙ୍କ ବିନା ଉପସ୍ଥିତିରେ କେମିତି ବାହାର କଲେ ବୋଲି ପ୍ରଶ୍ନ କରିଛନ୍ତି ବାପା । ଅନ୍ୟପଟେ ଯୁବତୀ ଜଣଙ୍କ ଥିଲେ ଦିବ୍ୟାଙ୍କ । ସେ ଶୁଣ ପାରନ୍ତିନି କିମ୍ବା କଥା କହିପାରନ୍ତିନି । ଏପଟେ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଆକ୍ଷେପ କରିଛି ବିଜେଡି। ରାଜ୍ୟରେ ଏବେ ଦିବ୍ୟାଙ୍ଗମାନେ ମଧ୍ୟ ଅସୁରକ୍ଷିତ ବୋଲି ବିଜେଡି କହିଛି ।