ଥାନାରେ ଅଟକ ଘଟଣାକୁ ନେଇ ଚରମ ନିଷ୍ପତ୍ତି ଦେଲେ ଯୁବତୀ, କୀଟନାଶକ ପିଇ କଲେ ଆତ୍ମହତ୍ୟା !

ନବରଙ୍ଗପୁର(କେନ୍ୟୁଜ୍): ଥାନାରେ ଅଟକ ଘଟଣା ନେଇ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଅଞ୍ଚଳରେ ଏହି ଘଟଣା ଘଟିଛି। ଗତ ଗୁରୁବାର ରାତିରେ ଦୁଇ ଯୁବତୀଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହି ଘଟଣା ପରେ ଜଣେ ଯୁବତୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ସମ୍ପର୍କୀଙ୍କ ସାଥିରେ ମୋଟର ସାଇକେଲ ଯୋଗେ ଏକ ଗାଁକୁ ଯାଉଥିଲେ।

ରାତ୍ରି ପାଟ୍ରୋଲିଂରେ ଥିବା କୋଷାଗୁମୁଡା ପୋଲିସ ଅଟକାଇ ପଚରା ଉଚରା କରି ରାତି ୧୦ରୁ ରାତି ୩ ଯାଏ ଅଟକ ରଖିଥିଲେ । ଶେଷରେ ଦୁଇ ଯୁବତୀଙ୍କୁ ଜିମା ଦେଇ ଛାଡିଦେଇଥିଲେ । ଏହି ଅଟକ ଘଟଣାକୁ ନେଇ ଜଣେ ଯୁବତୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କୋଷାଗୁମୁଡା ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ। ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୃତ ଯୁବତୀଙ୍କ ମାଆ ଦାବି କରିଛନ୍ତି। ଏ ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.