ଲଭ-ସେକ୍ସ-ଧୋକ୍କା: ସହିନପାରି ନିଜ ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ଯମ

ସୋର: ଲଭ-ସେକ୍ସ-ଧୋକ୍କା । ପ୍ରଥମେ ପ୍ରେମ, ଶାରୀରିକ ସମ୍ପର୍କ ପରେ ପ୍ରତାରଣା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦେଇପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ଜଣେ ୨୧ବର୍ଷୀୟ ଯୁବତୀଙ୍କ ସହ ସେହି ଗାଁର ଶ୍ରୀକାନ୍ତ ଦାସଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ରୀକାନ୍ତ ଯୁବତୀଙ୍କୁ ତାମିଲନାଡୁ ନେଇଯାଇଥିଲେ । ସେଠାରେ ଯୁବତୀ ଗର୍ଭବତୀ ହେବାରୁ ଗର୍ଭ ନଷ୍ଟ କରାଇଥିଲେ ।

ଗାଁକୁ ଫେରିବା ପରେ ଶ୍ରୀକାନ୍ତ ଯୁବତୀଙ୍କୁ ପ୍ରତାରଣା କରିଥିଲେ । ଅନ୍ୟତ୍ର ଯୁବତୀଙ୍କ ବିବାହ ଲାଗିବାରୁ ଶ୍ରୀକାନ୍ତ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରି ବିବାହ ମଧ୍ୟ ଭାଙ୍ଗି ଦେଇଥିଲେ । ଏନେଇ ପରିବାରର ଗାଳି ଗୁଲଜ ଓ ଅଶାନ୍ତି ସହିନପାରି ଯୁବତୀ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିଛି ସ୍ଥାନୀୟ ବାସିନ୍ଦା ଯୁତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.