କଟକରେ ଯୁବତୀଙ୍କୁ ଛୁରା ମାଡ଼: ପ୍ରେମ ବ୍ୟାପାର ସନ୍ଦେହ
କଟକ ଦୋଳମୁଣ୍ଡେଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼ କଲେ ଯୁବକ । ଆହତ ଯୁବତୀ ହେଲେ ପୁଷ୍ପା ରାଓ । ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

କଟକ (କେନ୍ୟୁଜ): କଟକରେ ଯୁବତୀଙ୍କୁ ଛୁରା ମାଡ଼ । ଦୋଳମୁଣ୍ଡେଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼ କଲେ ଯୁବକ । ଆହତ ଯୁବତୀ ହେଲେ ପୁଷ୍ପା ରାଓ । ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଥିବା ଜଣାପଡିଛି। ଉଭୟ ଯୁବକ ଯୁବତୀ ତେଲୁଗୁ ସମ୍ପ୍ରଦାୟର । ସେମାନେ ଶ୍ରୀକାକୁଲମରେ ପାଠ ପଢୁଥିଲେ । ସେଠାରୁ ତାଙ୍କର ପ୍ରେମ ସମ୍ପର୍କ ଥିଲା । କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ଏଥିରେ ରାଗିଯାଇ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି।