ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବା ନେଇ ଖବର ମିଳିଛି । ଏହି ଯୁବତୀ ଜଣଙ୍କ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା (୨୪) । ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସୋମାଣା ଶାସନ ଗ୍ରାମର କୈଳାସ ବେହେରାଙ୍କ ପାଳିତ ପୁଅ ଗୋପାଳ ବେହେରା ( ୪୦ ) ଏବଂ ରୀତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ଥର ବିବାଦ ମଧ୍ୟ ଦେଖା ଯାଇଥିଲା । ଥରେ ରୀତାଙ୍କ ଅଭିଯୋଗ ଆଧାରରେ ଗୋପାଳ ପୂର୍ବରୁ ଜେଲ ମଧ୍ୟ ଯାଇଥିଲା ।
କୌଣସି ଘଟଣାକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ମାସରେ ଗୋପାଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେ ସମୟରେ ଥାନାରେ ଉଭୟ ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ବି ଦାୟର ହୋଇଥିଲା । ଗୋପାଳ ତାଙ୍କୁ ଥରେ ବଳାତ୍କାର ଉଦ୍ୟମ କରିଥିବା ନେଇ ରୀତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଅନ୍ୟ ପକ୍ଷରେ ପୁଅକୁ ଘରୁ ଡାକି ନେଇ ମାଡ଼ମାରି ଗୋଡ଼ହାତ ଭାଙ୍ଗି ଗାଁ ମୁଣ୍ଡ ଟ୍ରାନ୍ସଫର୍ମର ନିକଟରେ ପକାଇ ଚାଲିଯାଇଥିବା ଗୋପାଳଙ୍କ ବାପା କୈଳାସ ବେହେରା ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା ।
ଗୋପାଳ ଝିଅ ସହିତ ବହୁବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ନେଇ ରୀତାଙ୍କ ମା ସୁଷମା ବେହେରା କହିଛନ୍ତି । ଆଜି ଗୋପାଳର ଅନ୍ୟତ୍ର ବିବାହ ହେଉଥିବା କୌଣସି ସୂତ୍ରରୁ ଶୁଣିବାକୁ ପାଇଥିଲେ ରୀନା । ଆଜି ସକାଳୁ ସକାଳୁ ବାପା ମାଙ୍କ ସହ ରୀତା ଥାନାକୁ ଆସିଥିଲେ । ଆଉ ଏହି ସମୟରେ ପାଖରେ ଲୁଚେଇ ରଖିଥିବା ବିଷ ବୋତଲ କାଢ଼ି ପିଇଦେଇଥିଲେ ରିତା । ପୁଲିସ ରୀତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…