ରାତିରେ ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା, ସକାଳୁ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀଙ୍କ ନାଁ ସ୍ନେହଲତା ସ୍ୱାଇଁ । ଘର ନୟାଗଡ଼ରେ ସେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।
ଗତକାଲି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ହୋଇଥିଲା। କିଛି ଦିନ ପରେ ତାଙ୍କ ବାହାଘର ହୋଇଥାନ୍ତା। ହେଲେ ଆଜି ସାକଳୁ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ସ୍ନେହଲତାଙ୍କ ବାପା, ମାଆ ଓ ପୁରୁଷ ବନ୍ଧୁ ଆସି ପହଞ୍ଚିଛନ୍ତି। ଲକ୍ଷ୍ମୀସାଗର ପୋଲିସ ଘଟଣାର ତଦନ୍ତ କରୁଛି।