ବଡ଼ଭାଇକୁ ହତ୍ୟା କରି ବିଷ ପିଇଲା ସାନଭାଇ, ଘରୋଇ ଝଗଡାର କରୁଣ ପରିଣତି

ବଣାଇ : ବଡ଼ଭାଇକୁ ହତ୍ୟା କରି ବିଷ ପିଇଲା ସାନଭାଇ । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଲୁଙ୍ଗା ଗ୍ରାମରେ ଘରୋଇ ଝଗଡାର କରୁଣ ପରିଣତି । ସାନଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି । ସାନଭାଇ ସନାତନ ମୁଣ୍ଡା ଏବଂ ବଡ଼ ଭାଇ ଗାମିୟା ମୁଣ୍ଡାଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା । ଆଜି କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ସାନଭାଇ ରାଗରେ ଜର୍ଜରିତ ହୋଇ ବଡ଼ ଭାଇକୁ ତୀର ମାଡ଼ କରିଥିଲା । ଘଟଣା ସ୍ଥଳରେ ବଡ ଭାଇର ମୃତ୍ୟୁ ହୋଇ ଥିଲା । ପରେ ସାନଭାଇ ସନାତନ ବିଷ ପିଇ ଗୁରୁତର ହୋଇଥିଲା । ତାକୁ ଉଦ୍ଧାର କରାଯାଇ ବଣାଇ ଡାକ୍ତର ଖାନାରେ ଭର୍ତି କରାଯାଇଛି । ପୋଲିସ ବଡ ଭାଇର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।