ବ୍ରହ୍ମପୁର : ଭାଇ ଭାଇ ସମ୍ପର୍କରେ ରକ୍ତର ଛିଟା । ଜମିଜମା ବିବାଦରୁ ବଡ଼ ଭାଇର ଗଳା କାଟି ହତ୍ୟା କଲା ସାନ ଭାଇ । ଗ ଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସମେଇ ଗୁଡ଼ା ଗ୍ରାମର ଅଭାବନୀୟ ଘଟଣା । ମୃତକ ହେଲେ ବଡ଼ ଭାଇ ୫୫ ବର୍ଷୀୟ ରାଜୁ ପାତ୍ର । ପୋଲିସ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଜମି ଜମା ବିବାଦରୁ ଉଭୟ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଆଜି ଉଭୟେ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ସାମାନ୍ୟ ବଚସାରୁ ତିକ୍ତତା ବଢିଥିଲା । ଶେଷରେ ସାନ ଭାଇ ଭବିନି ପାତ୍ର ଅଧିକ ଉଗ୍ର ହୋଇ ବଡ଼ ଭାଇର ବେକ କାଟି ହତ୍ୟା କରିଛି । ମାମଲାରେ ପୋଲିସ ହତ୍ୟାକାରୀ ସାନ ଭାଇକୁ ଅଟକ ରଖି ପଚରାଉଚରା କରୁଛି ।