ବଡ ଭାଇର ଶାବଳ ମାଡ଼ରେ ସାନ ଭାଇର ମୃତ୍ୟୁ, ଅଭିଯୁକ୍ତ ଗିରଫ

ବଡ ଭାଈର ଶାବଳ ମାଡ଼ରେ ସାନର ମୃତ୍ୟୁ। ବୀରମିତ୍ରପୁର ଥାନା ଜଲେଙ୍ଗବିରା ଗାଁ ରେ ଘଟିଛି ଏହି ହତ୍ୟାକାଣ୍ଡ ।

ରାଉରକେଲା (କେନ୍ୟୁଜ): ଭାଇ ସାଜିଲା ବଇରୀ । ଶାବଳରେ ହତ୍ୟା କଲା ସାନ ଭାଇକୁ। ବୀରମିତ୍ରପୁର ଥାନା ଜଲେଙ୍ଗବିରା ଗାଁ ରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ହତ୍ୟା କାଣ୍ଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଶିବାଜୀ ମାଝୀକୁ ପୋଲିସ ଗିରଫ କରିଛି । ମୃତକ ହେଲେ ବୁଧରାମ ମାଝୀ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।