Categories: ରାଜ୍ୟ

ଦେଶର ସର୍ବକନିଷ୍ଠା ମହିଳା ଆଇପିଏସ ସୁଶ୍ରୀ ଓଡ଼ିଶାରେ

ଦେଶର ସର୍ବ କନିଷ୍ଠ ପ୍ରାର୍ଥୀ ଭାବେ କେନ୍ଦ୍ରୀୟ ଲୋକସେବା ପରୀକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପାସ କରିଥିଲେ ଏସ. ସୁଶ୍ରୀ । ସେ ଖୁବଶୀଘ୍ର ଓଡିଶା କ୍ୟାଡର ଆଇପିଏସ ଅଫିସର ହେବାକୁ ଯାଉଛନ୍ତି । ତାଙ୍କୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଡିସନଲ ଏସ୍ପି ଭାବେ ଦାୟିତ୍ୱ ମିଳିଛି । ୨୦୧୭ ମସିହାରେ ସୁଶ୍ରୀ ମାତ୍ର ୨୨ ବର୍ଷ ବୟସରେ କେନ୍ଦ୍ରୀୟ ଲୋକ ସେବା ଆୟୋଗର ପରୀକ୍ଷା ପାସ କରିଥିଲେ । ନିଜ ପ୍ରଥମ ଚେଷ୍ଟାରେ ହିଁ ସୁଶ୍ରୀ ସର୍ବ ଭାରତୀୟ ସ୍ତରରେ ୧୫୧ ସ୍ଥାନ ହାସଲ କରିଥିଲେ । ନିଜର ଏହି ସଫଳତାର ଶ୍ରେୟ ସୁଶ୍ରୀ ନିଜ ପିତା ସୁଶୀଲ କୁମାରଙ୍କୁ ଦେଇଛନ୍ତି । ପିତାଙ୍କ ପ୍ରେରଣା ଓ ଉତ୍ସାହ ହିଁ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଥିବା କଥା କହନ୍ତି ସୁଶ୍ରୀ । ଏମିତିକି
ଝିଅର ସ୍ବପ୍ନ ପୂରଣ କରିବା ପାଇଁ ତାଙ୍କ ପିତା ସିଆରପିଏଫରୁ ଇଚ୍ଛାଧୀନ ଅବସର ନେଇଥିଲେ ।

 

ନିଜ ଝିଅର ଏହି ସଫଳତା ନେଇ ସେ ଖୁବ ଗର୍ବିତ ଥିବା କଥା କହନ୍ତି ସୁଶୀଲ । ନିଜ ପ୍ରାଥମିକ ଟ୍ରେନିଙ୍ଗ ଶେଷ କରି ସୁଶ୍ରୀ ଆସନ୍ତା ସୋମବାର ଭୁବନେଶ୍ୱରରେ ନିଜ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । କିନ୍ତୁ ସୂଚନା ଅନୁଯାୟୀ ସୁଶ୍ରୀଙ୍କ ପ୍ରଵାସିଓନାରୀ ଟ୍ରେନିଂ ଏପର୍ଯ୍ୟନ୍ତ ପୂରା ହୋଇନାହିଁ । ଯାହାକି ଆସନ୍ତା ବର୍ଷ ଅଗଷ୍ଟ ମାସ ପୂରା ହେବାକୁ ଯାଉଛି । ଏକ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାର ସମୟରେ ସୁଶ୍ରୀ କହିଥିଲେ କି ୮ମ ଶ୍ରେଣୀରୁ ହିଁ ସେ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ତାଙ୍କ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ତାଙ୍କ ପିତା । ତାଙ୍କ ପିତା ହିଁ ସୁଶ୍ରୀଙ୍କ ପାଠ ପଢା ପ୍ରତି ମୁହୁର୍ତରେ ଧ୍ୟାନ ରଖୁଥିଲେ । ସୁଶ୍ରୀ ପାଠ ପଢିବା ପାଇଁ ସରକାରୀ ପାଠାଗାର ଗୁଡିକର ଆଶ୍ରୟ ମଧ୍ୟ ନେଇଥିଲେ । ସେଣ୍ଟ ଜୋନାସ କଲେଜରୁ କମୁନିକେଟିଭ ଇଂଲିଶ ରୁ ସ୍ନାତକ ଶିକ୍ଷା ଶେଷ କରିଛନ୍ତି ସୁଶ୍ରୀ ।

 

ଏହା ସହ ପଢନ୍ତୁ: ବିଧାନଭାରେ ମୁଖ୍ୟମନ୍ତ୍ରୀଙ୍କ ଭାବବିହ୍ଵଳ ମନ୍ତବ୍ୟ, ଗୃହ ବିଭାଗର ଅତିରିକ୍ତ ବଜେଟ ଉପସ୍ଥାପନ ପୂର୍ବରୁ ବକ୍ତବ୍ୟ ରଖିଲେ ନବୀନ

ଏବେ ତାଙ୍କ ସାନ ଭଉଣୀ ମଧ୍ୟ ନିଜ ବଡ ଭଉଣୀର ପଦାଙ୍କ ଅନୁସରଣ କରି ସେହି ସମାନ ବିଷୟରେ ପ୍ରଥମ ବର୍ଷରେ ଅଧୟନ କରୁଛି । ପ୍ରକୃତରେ ସୁଶ୍ରୀଙ୍କ ପିତା ସୁଶୀଲ କୁମାର ଦୁଇ ବର୍ଷ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବରିଷ୍ଠ ସିକୁରିଟି ଅଫିସର ଭାବେ କାର୍ଯ୍ୟ କରି ସାରିଛନ୍ତି । ସେହି ସମୟରେ ହିଁ ବହୁ ବରିଷ୍ଠ ପ୍ରଶାସକଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କୁ ଦେଖିବା ପରେ ନିଜ ଝିଅକୁ ଏପରି ଏକ ଉଚ୍ଚ ପଦରେ ଦେଖିବା ପାଇଁ ତାଙ୍କ ମନରେ ଏକ ଉତ୍ସାହ ଜାତ ହୋଇଥିଲା । ତାହା ପରଠୁ ହିଁ ସେ ଏ କ୍ଷେତ୍ରରେ ଚେଷ୍ଟା କରିବା ଆରମ୍ଭ କରି ଦେଇଥିଲେ । ମାତ୍ର ୧୪ ବର୍ଷ ବୟସରେ ହିଁ ସୁଶ୍ରୀ ତତକାଳୀନ ପ୍ରଧାନ ମନ୍ତ୍ରୀ ମନ ମୋହନ ସିଂ ଓ ତାଙ୍କ ପତ୍ନୀ ଗୁରସରଣ କୌରଙ୍କ ସଂସ୍ପର୍ସରେ ଆସିଥିଲେ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

18 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

27 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

36 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago