ଟ୍ରେନ୍‌ରୁ ଖସି ପଡ଼ି ଯୁବକ ଗୁରୁତର, କଟିଗଲା ଦୁଇଟି ଯାକ ଗୋଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : କୌଣସି କାମରେ ଯୁବକ ଜଣକ ଝାଡ଼ଖଣ୍ଡରୁ ଭୁବନେଶ୍ୱରକୁ ଆସୁଥିଲେ । ହେଲେ ଖରାପ ସମୟ ବୋଧହୁଏ ଥିଲା ତାଙ୍କର । ଟ୍ରେନ୍‌ ତଳେ ପଡ଼ି ଦୁଇ ଗୋଡ଼ ହରାଇଛନ୍ତି ଏହି ୨୫ ବର୍ଷ ବୟସ୍କ ଯୁବକ ଜଣକ । ତାଙ୍କ ନାଁ ହେଉଛି ମନୋଜ ମଲ୍‌ ।

ରେଳବାଇ ପୋଲିସ୍‌ର ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୯ଟା ବେଳେ ସେ କୌଣସି ଟ୍ରେନ୍‌ରେ ଆସୁଥିଲା ବେଳେ ଗେଟ୍‌ ପାଖରେ ଠିଆ ହୋଇଥିଲେ । ଭୁବନେଶ୍ୱର ଷ୍ଟେସନ୍‌ ପାଖାପାଖି ହେଲା ବେଳକୁ କଳ୍ପନା ଓଭରବ୍ରିଜ୍‌ ନିକଟରେ ମନୋଜ ତଳେ ପଡ଼ି ଗଲେ । ଆଉ ତାଙ୍କ ଦୁଇ ଗୋଡ଼ ଉପରେ ଟ୍ରେନ୍‌ର ଚକ ଚଢ଼ିଗଲା । ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆରପିଏଫ୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ନେଇଥିଲା । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ମନୋଜଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି ।

 

Leave A Reply

Your email address will not be published.