ହତ୍ୟା ମାମଲାରେ ବନ୍ଧା ହେଲେ ବାପ-ପୁଅ, ଦୁଇ ସାଙ୍ଗଙ୍କ ବଚସାରୁ ହତ୍ୟାକାଣ୍ଡ

ଭୁବନେଶ୍ୱର : ସାଙ୍ଗକୁ ମାରି ବନ୍ଧା ହେଲେ ସାଙ୍ଗ ପରିବାରର ବାପା-ପୁଅ । ଗତ ୧୫ ତାରିଖରେ ଧଉଳି ଥାନା ଅଞ୍ଚଳର କଲ୍ୟାଣପୁରଶାସନ ଏକ ନଦୀ ପଠାରେ ବସି ଦୁଇ ଜଣ ସାଙ୍ଗ ଶମ୍ଭୁନାଥ ଦାସ ଓ ରାଜେଶ ପ୍ରଧାନ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ କୌଣସି କାରଣ ପାଇଁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା ।

ଫଳରେ ଶମ୍ଭୁନାଥ ରାଗି ଯାଇ ନିଜର ବାପା ଓ ଭାଇଙ୍କୁ ଡାକି ରାଜେଶ ପ୍ରଧାନଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ରାଜେଶଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୬ ତାରିଖରେ ଘରୋଇ ହସପିଟାଲରେ ରାଜେଶଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ରାଜେଶଙ୍କ ମାଆଙ୍କ ଅଭିଯୋଗ ପରେ ଶମ୍ଭୁନାଥଙ୍କ ସମେତ ବାପା ଓ ଭାଇ ସୁଦର୍ଶନ ଦାସ, ଶମ୍ଭୁନାଥ ଦାସ ଓ ହେମନ୍ତ କୁମାର ଦାସଙ୍କୁ ଗିରଫ କରିଛି ଧଉଳୀ ଥାନା ପୋଲିସ । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଯେ ମଦ ନିଶାରେ ଏହିଭଳି ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like