ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଚେକରେ ଟଙ୍କା ଲୁଟି ଗିରଫ ହେଲେ ଯୁବକ

ଯାଜପୁର (କେନ୍ୟୁଜ): ଚେକରେ ଟଙ୍କା ଲୁଟି ଗିରଫ ହେଲେ ଯୁବକ। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। ସୂଚନା ମୁତାବକ, ଜାରକା ଅଞ୍ଚଳର ଶ୍ୟାମସୁନ୍ଦର କର ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଠକାମୀର ଶୀକାର ହେବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥଲେ। ପୋଲିସ ଏହି ଘଟଣାରେ ତଦନ୍ତ କରି ପାରାଦୀପ ଅଞ୍ଚଳର ଶୁଶାନ୍ତ ବଳ ନାମକ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଏହି ଯୁବକ ଜଣକ ଶ୍ୟାମସୁନ୍ଦରଙ୍କୁ କୃଷି ବିଭାଗରେ ନିଯୁକ୍ତି ଦେବାକୁ କହି ତାଙ୍କୁ ଏକ ହଜାର ଟଙ୍କା ଦେବା ସହ ଏକ ହଜାର ଟଙ୍କାର ଏକ ଚେକ୍ ନେଇଥିଲେ। ଚାକିରି କରିବାକୁ ହେଲେ ଏକ ହଜାର ଟଙ୍କାର ଚେକ୍ ଦେବାକୁ ପଡିବ ବୋଲି କହିଥିଲେ। ଶ୍ୟାମସୁନ୍ଦର ଏକ ହଜାର ଟଙ୍କାର ଚେକ୍ ଦେବା ପରେ ଯୁବକ ଜଣକ ସେଥିରେ ଠକେଇ କରି ଅଧିକ ଚାଳିଶ ହଜାର ଟଙ୍କା ଲେଖି ଏକଚାଳିଶି ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ ଆଜି ଠକ ଶୁଶାନ୍ତ ବଳକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।