ବେଙ୍ଗାଲୁରୁରେ ଓଡିଆ ଯୁବକଙ୍କ କାର ଭାଙ୍ଗିଲେ ଅଣଓଡିଆ ଯୁବକ, ବିଚ୍‌ ରାସ୍ତାରେ ଦେଖାଇଲେ ଦାଦାଗିରି

ବେଙ୍ଗାଲୁରୁ : ବିଚ୍‌ ରାସ୍ତାରେ ଯୁବକଙ୍କ ଦାଦାଗିରି । ଜଣେ ଓଡିଆ ଯୁବକଙ୍କ ସହ ଗଣ୍ଡଗୋଳ କଲେ ଏହି ଅଣ ଓଡିଆ ଯୁବକ । ରାସ୍ତାରେ ଅଟକାଇ କାର ଭିତରୁ ବାହାରିବାକୁ ଧମକ ଦେଲେ । ନ ବାହାରିବାରୁ ଟେକା ପଥର ଉଠାଇ ଗାଡିକୁ ଭାଙ୍ଗି ଦେବାକୁ କଲା ଆକ୍ରମଣ । ଏହି ଉତ୍ୟକ୍ତ ଯୁବକର ଏତେ ରାଗ ଯେ ଗାଡିକୁ ବାଡେଇ ଭାଙ୍ଗି ବି ଦେଲା । ଯାହାର ସବୁକିଛି ଦୃଶ୍ୟ କଏଦ ହୋଇଛି ମୋବାଇଲରେ ।

କହିରଖିବାକୁ ଚାହିଁବୁ ଯେ ଏ ଦୃଶ୍ୟ ହେଉଛି ବେଙ୍ଗାଲୁରୁର । ଯେଉଁଠି ଜଣେ ଓଡିଆ ଯୁବକ ତାଙ୍କ ସ୍ତ୍ରୀ ଓ ୯ ମାସର ଛୁଆକୁ ଧରି ଯାଉଥିଲେ । ଆଉ ଠିକ୍‌ ଏତିକି ସମୟରେ ଅଚାନକ ଆସି ଗୁଣ୍ଡାଗର୍ଦ୍ଦି ଦେଖାଇଲା ଏହି ଯୁବକ । ଯୁବକ ବାରମ୍ବାର କହୁଛନ୍ତି ଭିତରେ ଛୋଟ ଛୁଆ ଅଛି, ହେଲେ ସେ କାହା କଥା ନ ଶୁଣି ଦାଦାଗିରି କରୁଥିଲା । ଏମିତିକି ଏ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକମାନେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ତଥାପି ବି ସେ ମାନିନଥିଲା । ଅଶ୍ଳୀଳ ଭାଷା ସହିତ ଗାଡିକୁ ଭାଙ୍ଗିଦେବାକୁ ଟେକା ପଥର ଉଠାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛୋଟ ପିଲାଟି କାର ଭିତରେ ଅଛି, ହେଲେ ତଥାପି ବି ମାନିନଥିଲା କି କାହା କଥା ଶୁଣିନଥିଲା ଏ ଯୁବକ ।

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ କାରକୁ ଅଟକାଇ ବାହାରକୁ ବାହାରିବା ପାଇଁ ଧମକ ଦେବା ସହ କାରର କାଚକୁ ପଥରରେ ଭାଙ୍ଗିଥିବା ନେଇ ଥାନରେ ଏତଲା ଦିଆଯାଇଛି । । ତେବେ କହିରଖିବାକୁ ଚାହିଁବୁ ଯେ ଓଡ଼ିଆ ଯୁବକ ସୌମ୍ୟ ଷଡ଼ଙ୍ଗୀ ନିଜ ସ୍ତ୍ରୀ ଓ ୯ ମାସର ଶିଶୁ ଙ୍କ ସହିତ ନିଜ ଭଉଣୀ ଘରୁ ରାକ୍ଷୀ ବାନ୍ଧି ସାରଜାପୁର ରୋଡ଼ରେ ଫେରୁଥିଲେ । ସାରଜାପୁର ରୋଡ଼ କାର୍ମମେଲାରମ୍ ଠାରେ ଏକ ସ୍ଥାନୀୟ ଯୁବକ ନିଜର ଏକ ଧଳା ରଙ୍ଗର ସ୍କୁଟି ନେଇ ପଛରୁ ଆସୁଥିଲେ । ଯୁବକ ଜଣଙ୍କ ସୌମ୍ୟଙ୍କ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲେ । ବାଇକ୍‌ ବାଲା କାର ପଛକୁ ଧକ୍କା ଦେଉଛି କ୍ୟାମେରାରେ ସ୍ପଷ୍ଟ ଦେଖାଯାଉଛି ହେଲେ ପରେ ଓଲଟା ଆଗକୁ ଆସି କାରକୁ ଅଟକାଇ ସୌମ୍ୟକୁ ବାହାରକୁ ବାହାରିବା ପାଇଁ ଧମକ ଦେଇଥିଲେ ଏବଂ ଏକ ପଥରରେ କାରର କାଚକୁ ଭାଙ୍ଗିବା ସହ ୱଇପରକୁ ମଧ୍ଯ ଭାଙ୍ଗି ଆଗ କାଚ ଭାଙ୍ଗିଦେଇଥିଲା ଉକ୍ତ ଯୁବକ ।

ତେବେ ସବୁଠୁ ବଡ କଥା ହେଲା ଗାଡ଼ିରେ ସୌମ୍ୟଙ୍କ ସମେତ ତାଙ୍କ ସ୍ତ୍ରୀ ଓ ୯ ମାସ ର ଶିଶୁ ପୁତ୍ର ଥିଲେ । ସେମାନେ ବାରଂବାର ଭୟର ଚିତ୍କାର କରୁଥିଲେ । ଭୟ ଭିତ ହୋଇ ପୋଲିସ୍ କୁ ଜଣାଇଥିଲେ । ପରେ ପୋଲିସ୍ ପହଞ୍ଚି ଘଟଣା ସଂପର୍କରେ ବୁଝିବା ସହ ଉକ୍ତ ଯୁବକୁ ଗିରଫ କରିଛି । ତେବେ ଏଠି ପ୍ରଶ୍ନ ଓଡ଼ିଆ ମାନେ ପ୍ରବସୀରେ କେତେ ସୁରକ୍ଷିତ । ଏଭଳି ଦାଦାଗିରି ଦିନକୁ ଦିନ ବଢୁଥିବା ବାରମ୍ବାର ନଜର ଆସୁଛି । କହିବାକୁ ଚାହିଁବୁ ଯେ ଏହି ଘଟଣା ପରେ ବେଙ୍ଗାଲୁରୁରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ସଂଗଠନ ଥାନାରେ ପହଞ୍ଚି ଘଟଣା ସଂପର୍କରେ ଜାଣିବା ସହ ଏଭଳି ଘଟଣା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

You might also like