ଅଙ୍ଗନବାଡ଼ି ସ୍କୁଲ୍ ସାମ୍ନାରୁ ଆବର୍ଜନା ସଫା କରିବାକୁ କହିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର (କେନ୍ୟୁଜ୍): ଅଙ୍ଗନବାଡ଼ି ସ୍କୁଲ ଘର ଆଗରୁ , ଆବର୍ଜନା ସଫା କରିବାକୁ କହିବାରୁ , ପ୍ରତିଶୋଧ ପରାୟଣ ହୋଇ ଯୁବକକୁ ମରଣାନ୍ତକ ଆକ୍ରମଣ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗାଁରେ ଘଟିଛି ଏଭଳି ଘଟଣା । ଆହତ ଯୁବକ , ସେହି ଗାଁର କୁନା ପ୍ରଧାନ । ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଛି।

ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସୂଚନା ଅନୁଯାୟୀ, ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଆଗରେ ଆବର୍ଜନା ଜମା ହୋଇ ରହିଥିଲା । ଏହାକୁ ସଫା କରିବାକୁ, କୁନା ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ କହିଥିଲେ। ଯାହାଫଳରେ ଅଙ୍ଗନବାଡି କର୍ମୀଙ୍କ ସ୍ବାମୀ ଉତ୍ୟକ୍ତ ହୋଇ ଏଭଳି ଆକ୍ରମଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.