ମଦ୍ୟପଙ୍କ ଯୁବକଙ୍କ ଉନ୍ମତ୍ତକାଣ୍ଡ : ଅସଭ୍ୟ ଭାଷା କହିବା ବେଳେ ବାରଣ କରିବାରୁ ଭୂଜାଲିରେ ଆକ୍ରମଣ

ଆନନ୍ଦପୁର: ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ଅସଭ୍ୟ ଭାଷା କହିବା ବେଳେ ବାରଣ କରିବାରୁ ଭୂଜାଲିରେ ଆକ୍ରମଣ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଅଁସ ଗାଁର ଘଟଣା । ଗୁରୁତର ହେଲେ କଅଁସ ଗାଁର ବୁଟୁ ନାୟକ । ବୁଟୁଙ୍କୁ ସେହି ଗାଁର ଜଡା ଦେହୁରୀ ଓ ତାଙ୍କ ସହଯୋଗୀ ମିଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ବୁଟୁଙ୍କ ନାତି ସାଙ୍ଗଙ୍କ ସହ କଥା ହେଉଥିବା ସମୟରେ ଜଡ଼ା ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ତେବେ ଏହାକୁ ବାରଣ କରିବାରୁ ବୁଟୁଙ୍କୁ ଜଡ଼ା ଓ ତାଙ୍କ ସାଙ୍ଗମାନେ ଭୁଜାଲିରେ ହାଣି ରକ୍ତାକ୍ତ କରିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ବୁଟୁଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ ।