ବର୍ଷ ଆରମ୍ଭରୁ ରାଜଧାନୀରେ ଲାଗିଲା ରକ୍ତର ଛିଟା, ଭୁବନେଶ୍ବରରେ ଯୁବକଙ୍କୁ ବିଭତ୍ସ ହତ୍ୟା
ଭୁବନେଶ୍ଵର: ବର୍ଷ ଆରମ୍ଭରୁ ରାଜଧାନୀରେ ଲାଗିଲା ରକ୍ତର ଛିଟା । ଭୁବନେଶ୍ବରରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାଁ ସ୍ୱରାଜ ବେହେରା । ପୁନମା ଗେଟ୍ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାରେ ଛାନବିନ୍ କରୁଛି ପୋଲିସ ।
ଅନ୍ୟପଟେ ଯୁବକଙ୍କ ପିଠି , ଦେହରେ ରହିଛି ଗଭୀର କ୍ଷତ ଚିହ୍ନ ଥିବାରୁ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ସ୍ୱରାଜଙ୍କୁ କେହି ହତ୍ୟା କରି ରେଳ ଲାଇନକୁ ଫିଙ୍ଗି ଦେଇଥିବା ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ଭାଇ । ଘଟଣା ସ୍ଥଳରେ GRP ପୋଲିସ ପହଞ୍ଚି ଖୋଳ ତାଡ଼ କରୁଛି । ତେବେ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।