ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ, ମୁହଁ ଆଖି ଓ ମୁଣ୍ଡରେ ଆଘାତ

ବାସୁଦେବପୁର : ଘରେ ଶୋଇଥିବା ବେଳେ ଏସିଡ ମାଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି । ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି । ଯୁବକଙ୍କ ନାମ ଜଗବନ୍ଧୁ ପଳାଇ ।

ସୂଚନା ଅନୁସାରେ ଜଗବନ୍ଧୁ ଜଣେ ଟେଣ୍ଟ ବ୍ୟବସାୟୀ । ଗାଁରେ ଅଷ୍ଟମ ପ୍ରହାରୀ ପ୍ରସାଦ ଖାଇ ଘରେ ଶୋଇ ଥିଲେ। ଏହି ସମୟରେ ଦୁର୍ବୃତ୍ତ ତାଙ୍କ ମୁହଁରେ ଏସିଡ ମାଡ କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିଜିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନାୟିକାଣ ଢ଼ୀହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି। ଜଗବନ୍ଧୁ ଟେଣ୍ଡ ହାଉସ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ପୂର୍ବରୁ ଜଗବନ୍ଧୁଙ୍କ ଟେଣ୍ଡରେ କେହି ନିଆଁ ଲଗାଇଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏବେ ପୁଣି ଦୁର୍ବୁତ୍ତ ଜଗବନ୍ଧୁଙ୍କ ଉପରେ ଏସିଡ ମାଡ ହୋଇଛି।

 

ଆହୁରି ପଢ଼ନ୍ତୁ : ଦୁଇ IAS ଅଧିକାରୀ ମାନସୀ ନିମ୍ଭାଲ ଓ ସମର୍ଥ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ବ, ଜାଣନ୍ତୁ କେଉଁ ବିଭାଗରେ ତୁଲାଇବେ…