ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ଦୁଇ ଅଟକ

ବଲାଙ୍ଗିର: ଯୁବକଙ୍କୁ ପିଟିପିଟି ହତ୍ୟା । ସାମାନ୍ୟ ବଚସାରୁ ମାରିଦେଲେ । ବଲାଙ୍ଗିର ଜିଲ୍ଲା ସରଗାଡ଼ ଗାଁରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଅରୁଣ ସାଏ ପଟେଲ l ନିଶାଶକ୍ତ ଅବସ୍ଥାରେ ଗାଁର ଦୁଇ ଜଣ ଯୁବକଙ୍କ ସହ ବଚସା ହୋଇଥିଲା । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
କାହିଁକି ଯୁବକଙ୍କୁ ପିଟିପିଟି ହତ୍ୟା କଲେ ତାହା ଜଣା ପଡ଼ିନାହି । ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଅଟକ ଦୁଇ ଅଭିଯୁକ୍ତ ପ୍ରେମl ପ୍ରଧାନ ଓ ପ୍ରଶାଦୁ ପ୍ରଧାନ । ଉଭୟ ବାପ ପୁଅ ପିଟି ପିଟି ଅରୁଣ ସାଏ ପଟେଲକୁ ହତ୍ୟା କରିଛନ୍ତି ।
ଆହୁରି ପଢ଼ନ୍ତୁ : ମୋବାଇଲ ଖୋଲିବ ଲେଡି କନଷ୍ଟେବଳ ଯଶୋଦା ଆତ୍ମହତ୍ୟା ଗୁମର, ଅଭିଯୁକ୍ତକୁ ମାରାଥନ ପଚରା ଉଚୁରା ଜାରି