ମାଛ ଧରା ଡଙ୍ଗାରୁ ଖସି ପଡି ଚିଲିକାରେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଟାଙ୍ଗୀ(କେନ୍ୟୁଜ୍): ଚିଲିକାରେ ଗତକାଲି ଡଙ୍ଗାରୁ ଖସି ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର। ଶବ ଉଦ୍ଧାର ହୋଇଛି ଚିଲିକାର ୮ ନଂ କୂଳ ନିକଟରୁ । ଗତକାଲି ମାଛ ଧରି ସାରି ଡଙ୍ଗାରେ ଫେରୁଥିବା ବେଳେ ଚିଲିକାର ଅଥଳ ଜଳ ରାଶିରେ ଖସି ପଡିଥିଲେ କଲେଜ୍ ପଢୁଆ ଯୁବକ ରଶ୍ମୀ ରଞ୍ଜନ ମଲ୍ଲିକ । ଜଳରେ ଖସିବା ପରେ ବହୁ ଖୋଜା ଖୋଜି ପରେ ମଧ୍ଯ ଯୁବକଙ୍କର ପତ୍ତା ମିଳିନଥିଲା ।

ରାତି ହୋଇଯିବାରୁ ଖୋଜାଖୋଜି ବନ୍ଦ ଥିଲା । ଆଜି ସକାଳୁ ଦେଶୀ ଡଙ୍ଗାରେ ସ୍ଥାନୀୟ ମତ୍ସଜୀବୀ ମାନେ ବହୁ ଖୋଜିବା ପରେ ଆଜି ସକାଳୁ ରଶ୍ମିଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ବୟସ ୧୮ ବର୍ଷ ହେବ। ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ କନ୍ତଳବାଇ ପଂଚାୟତ ଝାଟି ନୂଆଗାଁ । ତେବେ ସବୁଠୁ ଦୁଃଖର କଥା ମୃତ ରଶ୍ମୀ ରଞ୍ଜନ ବାପା ମାଙ୍କର ଏକ ମାତ୍ର ପୁତ୍ର ଥିଲେ । ଏହି ଘଟଣାପରେ ଗ୍ରାମରେ ଶୋକକୁଳ ପରିବେଶ ଖେଳିଯାଇଛି ।

Leave A Reply

Your email address will not be published.